
ବାଲେଶ୍ୱର: ଖୋଲିବ କି ଖଣି କେଳେଙ୍କାରୀର ଚିଠା? ବାହାରକୁ ଆସିବ କି ସତ? କାରଣ ରିମାଣ୍ଡରେ ଯିବେ ବିଜେଡି ନେତା ରାଜା ଚକ୍ର । ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ।
ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର। ଗତ ୧୩ ତାରିଖରେ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍ରେ ଅଛନ୍ତି ବିଜେଡି ନେତା ରାଜା।