Featuredଓଡ଼ିଶାରାଜନୀତି

ନବ ଦାସଙ୍କ ଘର ଓ ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମ୍ । କେବଳ ବିମାନବନ୍ଦର ବୋଲି ନୁହେଁ, ନବ ଦାସଙ୍କ ଘରେ ମଧ୍ୟ ଚାଲିଛି ପଚରା ଉଚୁରା । ଗତ କାଲି ମଧ୍ୟ କ୍ରାଇମବ୍ରାଞ୍ଚର ଟିମ ନବଙ୍କ ଘରେ ପହଞ୍ଚି ତନାଘନା କରୁଥିଲା । ଆଜି ବି ସମାନ ଚିତ୍ର । କ୍ରାଇମବ୍ରାଞ୍ଚର ଅଧିକାରୀମାନେ ବିମାନବନ୍ଦରରେ କ’ଣ ହୋଇଥିôଲା? ନବ ଦାସଙ୍କୁ ଏୟାରଲିଫ୍ଟ କରାଯିବା ପୂର୍ବରୁ କ’ଣ ହୋଇଥିଲା? ଆଉ କୌଣସି ତଥ୍ୟ ଲୁଚିଯାଇଛି କି? ଏପରି ତମାମ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । ତେବେ ନବ ଦାସ ହତ୍ୟା ମାମଲରେ ଏବେ ରାଜ୍ୟ ସରକାରଙ୍କ ଠାରୁ ସାନି ତଦନ୍ତର ନିଦେ୍ର୍ଦଶ ପାଇବା ପରେ ଏବେ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ । ଗୋଟେ ଗୋଟେ କରି ସବୁ ଅଡ଼ୁଆ ଖିଅକୁ ଖୋଲୁଛି । ଦିପାଳୀ ଦାସ ଓ ବିଶାଳ ଦାସଙ୍କ ଆଗରେ ମଧ୍ୟ ରଖୁଛନ୍ତି ପ୍ରଶ୍ନର ଲମ୍ବା ତାଲିକା ।

Related Articles

Back to top button
WP Twitter Auto Publish Powered By : XYZScripts.com