
ଭୁବନେଶ୍ୱର: ସୁନା ଖଣିରେ ପୂରି ହୋଇ ରହିଛି ଓଡ଼ିଶା । କେବଳ ମାଙ୍ଗାନିଜ୍, ବକ୍ସାଇଟ ପରି ଖଣିଜ ଧାତୁ ନୁହେଁ, ତା ଠାରୁ ବି ମୂଲ୍ୟବାନ ଖଣିଜ ପଦାର୍ଥର ମାଲିକାନା ଓଡ଼ିଶା ପାଖରେ ରହିଛି । ଏନେଇ ଗୃହରେ ତଥ୍ୟ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ । ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତେବେ ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ରହିଛି ସୁନା ଖଣି ।