Featuredଜାତୀୟ

ଡ୍ରମରେ ସ୍ୱାମୀର କଟା ଦେହ, ବଏଫ୍ରେଣ୍ଡ ସହ ହନିମୁନରେ ସ୍ତ୍ରୀ

ଉତ୍ତରପ୍ରଦେଶ: ମଥାରେ ସିନ୍ଦୁର ଓ ମୁଣ୍ଡରେ ଟାୱାଲ ପକାଇ ଛିଡା ହୋଇଥିବା ମହିଳା। ଇଏ କାହାର ନବବଧୂ ନୁହନ୍ତି କି କୌଣସି ସେଲିବ୍ରେଟି । ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ପତିହନ୍ତା । ଏଇ ମାସୁମ ଚେହେରା ପଛରେ ରହିଛି ଏକ ଜଘନ୍ୟ ସତ୍ୟ । ନିଜ ହତରେ ପୋଛି ଦେଇଛି ନିଜ ମଥା ସିନ୍ଦୁର । ଘଟଣା ଘଟିଛି ୟୁପିର ମେରଟ ସହରରେ । ବଏଫ୍ରେଣ୍ଡ ସହ ମିଶି ସ୍ୱାମୀକୁ ମାରି ଉଭୟ ରଚିଥିଲେ ବିରାଟ ଷଡଯନ୍ତ୍ର । ଏକ ଡ୍ରମରେ କଟା ଶରୀର ରଖି ସେଥିରେ ସିମେଂଟ ବୋଳି ଦୁହେଁ ଚାଲିଯାଇଥିଲେ ହନିମୁନରେ । ହିମାଚଳ ପ୍ରଦେଶର ସିମଲାରେ ବିବାହ କରିବା ପରେ ସେଠାରେ ରହିଥିଲେ ଏହି ୨ ହତ୍ୟାକାରୀ । ୧୨ଦିନ ଧରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବୁଲାବୁଲି କରି ଖୁବ ମଜା କରିଥିଲେ ଉଭୟ । ପରେ ଘରକୁ ଆସି ବାପା ମାଆଙ୍କୁ ଶୁଣାଇଥିଲା ମିଛ କାହାଣୀ । ପ୍ରଥମେ ଶୁଣନ୍ତୁ କଣ କହୁଛନ୍ତି ମହିଳା ଜଣଙ୍କର ବାପା ମାଆ ।

ନାଁ ମୁସ୍କାନ ରସ୍ତୋଗୀ । ୨୦୧୬ରେ ସୌରଭ ରାଜପୁତଙ୍କ ସହ ଗଢି ଉଠିଥିଲା ପ୍ରେମ ସଂପର୍କ । ଏହା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ପ୍ରେମୀଯୁଗଳ । ସୌରଭ ନିଜ ପରିବାର ବିରୋଧରେ ଯାଇ ଧରିଥିଲେ ମୁସ୍କାନର ହାତ । ହେଲେ ସୌରଭ ଲଣ୍ଡନରେ ଚାକିରୀ କରୁଥିବାରୁ ଭଡା ଘରେ ଏକା ରହୁଥିଲେ ମୁସ୍କାନ । ଉଭୟଙ୍କ ଏକ ଝିଅ ମଧ୍ୟ ଅଛି । କିନ୍ତୁ ୨୦୧୯ମସିହାରେ ମୁସ୍କାନଙ୍କ ଜୀବନକୁ ଆସିଥିଲେ ସାହିଲ ଶୁକ୍ଲା । ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିବାରୁ ସୌରଭଙ୍କୁ ରାସ୍ତାରୁ ହଟେଇବା ପାଇଁ ଆରମ୍ଭ ହୋଇଥିଲା ପ୍ଲାନିଂ ।

ତେବେ ଗତ ପେବୃଆରୀ ୨୫ରେ ମୁସ୍କାନର ଜନ୍ମଦିନ ଥିବାରୁ ୨୪ରେ ପହଂଚିଥିଲେ ସୌରଭ । ସେହିଦିନ ରାତିରେ ଖାଇବାରେ ନିଶା ଦେଇ ଅଚେତ କରାଇ ଦେଇଥିଲା ସ୍ତ୍ରୀ ମୁସ୍କାନ । ପରେ ଘରେ ଏଂଟ୍ରି ମାରିଥିଲା ବଏଫ୍ରେଣ୍ଡ ସାହିଲ । ଦୁହେଁ ମିଶି ମାଂସ କାଟିବା ଛୁରୀରେ ସୌରଭର ଶରୀରକୁ ଟିକ୍ ଟିକ୍ କରି କାଟି ମୁଣ୍ଡ ଗଣ୍ଡି ଅଲଗା କରିଥିଲେ । ପରଦିନ ବଜାରରୁ ଏକ ବଡ ଡ୍ରମ ଆଣି ସେଥିରେ କଟା ମାଂସକୁ ରଖି ସିମେଂଟ ବୋଳି ଦେଇଥିଲେ । ଆଉ ୧୫ଦିନ ପରେ ହତ୍ୟାର ରୂପ ଦେବାକୁ ବସିଥିଲେ । କିନ୍ତୁ ଶେଷରେ ଏହାର ପର୍ଦାଫାସ ହୋଇଛି । ଉଭୟଙ୍କୁ ଗିରଫ କରି ସବୁ ସତ ଓଗାଳିଛି ପୁଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com