Breaking NewsFeaturedଓଡ଼ିଶାରାଜନୀତି
କାଲି ହ୍ୱିସିଲ ଆଜି ବାଜିଲା ଘଣ୍ଟ; ସାଢେ ୧୧ ପର୍ଯ୍ୟନ୍ତ ମୁଲତବୀ ଗୃହ

ଭୁବନେଶ୍ୱର: ପୁଣି ବିରୋଧ । ପୁଣି ହଟ୍ଟଗୋଳ । କାଲି ହ୍ୱିସିଲ ଆଜି ବାଜିଲା ଘଣ୍ଟ । ବିଧାନସଭାର ବଜେଟ ଅଧିବେସନର ଆଜିର ପଶ୍ନକାଳକୁ ସାଢେ ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହରେ କଳା ପୋଷାକ ପିନ୍ଧି ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ଘଣ୍ଟ ନୁହେଁ, ବଇଁଶୀ, ଗିନି, ମହୁରୀ ଆଦି ପାରମ୍ପରିକ ବାଦ୍ୟ ବଜାଇ ସଂକୀର୍ତ୍ତନ କରି କଂଗ୍ରେସ କରିଛି ବିରୋଧ ପ୍ରଦର୍ଶନ । ଏହି ପ୍ରତିବାଦରେ ନିଲମ୍ବନର ଅବଧି ସରିବା ପରେ ଗୃହକୁ ଫେରିଥିବା କଂଗ୍ରେସ ବିଧୟକ ତାରା ପ୍ରସାଦ ବାହିନୀପତିଙ୍କ ବିକ୍ଷୋଭ ସବୁଠାରୁ ଅଧିକ ତୀବ୍ର ଥିଲା ।