Breaking NewsFeaturedଓଡ଼ିଶା

ଡାକ୍ତରଖାନାରେ ଭର୍ତ୍ତି ହେଲେ ନବ ଦାସଙ୍କ ରୋଷେୟା ମୃତୁ୍ୟ ଘଟଣାର ମୂଳ ସାକ୍ଷୀ, ନବଙ୍କ ହତ୍ୟା ତଦନ୍ତରେ ରହିଛି କି ଲିଙ୍କ?

ଝାରସୁଗୁଡ଼ା: ନବ ଦାସ ହତ୍ୟା ଘଟଣାର ଅଡ଼ୁଆ ଖିଅ ଏଯାଏଁ ଫିଟି ପାରୁନି । ଏହାରି ଭିତରେ ନବଙ୍କ ସହ ପୁରୁଣା ଘଟଣା ନୂଆ ରୂପ ନେଇ ସାମ୍ନାକୁ ଆସୁଛି । ପୁଣି ଲେଉଟିଲା ନବ ଦାସଙ୍କ ରୋଷେୟା ମୃତୁ୍ୟ ମାମଲା । ରୋଷେୟା ଲଳିତ ସାହୁଙ୍କ ମୃତୁ୍ୟର ସାକ୍ଷୀ ଏବେ ଡାକ୍ତରଖାନାରେ ଭର୍ତ୍ତି । ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଲଳିତଙ୍କ ସାକ୍ଷୀ । ଉଡ଼ା ମହଲରେ ହେଉଥିବା ଚର୍ଚ୍ଚାକୁ ନେଇ ଶୁଣିବାକୁ ମିଳୁଛି ଯେ, ପୁରୁଣା ଚିଠାକୁ ଚିରିବା ପାଇଁ ଏଭଳି କିଏ ଜାଣି ଶୁଣି କରୁଛି । ଏବେ ନବଙ୍କ ମୃତୁ୍ୟ ରହସ୍ୟକୁ ଖୋଲିବା ପାଇଁ ଏବେ ଫୁଲ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ଚର୍ଚ୍ଚା ଏହା ବି ହେଉଛି ଯେ, ଲଳିତଙ୍କ ସାକ୍ଷୀଙ୍କ କଥା ଏହି ସମୟରେ ପୁଣି ଲୋକଲୋଚନକୁ ଆସିବା ଅସଲ ଦୋଷୀର ଫର୍ଦ୍ଦାଫାଶ କରିବନି ତ? ତେବେ କାରଣ ଯାହା ବି ହେଉ ନବ ଦାସଙ୍କ ମୃତୁ୍ୟ ଖବର ହେଉ ଅବା ରୋଷେୟା ଲଳିତ ସାହୁଙ୍କ ସାକ୍ଷୀଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା, ଦୁଇଟି ଘଟଣା ଭିନ୍ନ ହୋଇଥିଲେ ମଧ୍ୟ ଦୁହିଁଙ୍କ ଭିତରେ ସାମଞ୍ଜସ୍ୟ ରହିଛି । କାରଣ ଉଭୟ ଘଟଣା ନବଙ୍କ ସହ ଜଡ଼ିତ । ତେବେ ଦେଖିବାକୁ ବାକି ରହିଲା ଯେ, କ୍ରାଇମବ୍ରାଞ୍ଚ ନବଙ୍କ ଅସଲ ଦୋଷୀ ପାଖକୁ କେମିତି ଓ କେବେ ପହଞ୍ଚିବ । ଏବଂ ଡାକ୍ତରଖାନାରେ ଚିକିସôିତ ସାକ୍ଷୀଙ୍କ ଦୁର୍ଘଟଣା ପରେ ତଦନ୍ତକାରୀ ସଂସ୍ଥାକୁ କୌଣସି ପ୍ରମାଣ ମିଳୁଛି କି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com