
ଭୁବନେଶ୍ୱର: ବାଲି ଖାଦାନ ପାଇଁ ଆସିଲା ଏସଓପି । ବାଲି ଖାଦାନରେ ମାଫିଆଙ୍କ ବଢୁଥିବା ମନମାନିକୁ ରୋକିବା ପାଇଁ ତିଆରି ହୋଇଛି ଏସଓପି । ସରକାରଙ୍କ ତରଫରୁ ଖଣିଜ ନିଦେ୍ର୍ଦଶାଳୟ ଏହି ନିଦେ୍ର୍ଦଶ ଜାରି କରିଛି । ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ହାତକୁ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଖଣି ବେପାରୀଙ୍କୁ ନେଇ ହେଉଥିବା କଳାବଜାରୀର ଖବର ଲଗାତାର କିଛି ଦିନ ହେଲାଣି ଗଣମାଧ୍ୟମର ଶିରୋନାମା ପାଲଟିଛି । ଗୃହରେ ଏନେଇ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଓଟରା ମଧ୍ୟ ଦେଖୁଛନ୍ତି ଓଡ଼ିଶାବାସୀ । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି ।