Featuredଓଡ଼ିଶା

ସରିଲା ବର୍ଷା, ଏବେ ୩-୫ ଡିଗ୍ରୀ ବଢିବ ତାତି, ପୁଣି କଲବଲ କରିବ ସୂର୍ଯ୍ୟଙ୍କ ତାଣ୍ଡବ

ଭୁବନେଶ୍ୱର: ସରିଲା ବର୍ଷା, ଏବେ ବଢିବ ତାତି । ପୁଣି କଲବଲ କରିବ ସୂର୍ଯ୍ୟଙ୍କ ତାଣ୍ଡବ । ପ୍ରଖର ଖରାରେ ସିଝିବ ଓଡ଼ିଶା । କାରଣ ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାତି। ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିପାରେ ପାରଦ। ପ୍ରବଳ ଖରା ସହ ଗୁଳୁଗୁଳି ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିଲା ବର୍ଷା । ବିଜୁଳି ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ କୁଆ ପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏଣିକି ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ। ଆସନ୍ତା ତିନି ଦିନରେ ଦିନ ତାପମାତ୍ରା କ୍ରମଶଃ ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ହୋଇଛି। ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com