Breaking NewsFeaturedଓଡ଼ିଶାରାଜନୀତି
ପୁଲିସ ଛାଉଣୀରେ ବିଧାନସଭା, ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର କଂଗ୍ରେସ କର୍ମୀ

ଭୁବନେଶ୍ୱର: ବାହାରିଲେଣି ସୈନ୍ୟ । ସେନାପତି କରୁଛନ୍ତି ନେତୃତ୍ୱ । ବିଧାନସଭା ଉପରେ ଆକ୍ରମଣ ହେବ । ହଜାର ହଜାର କର୍ମୀଙ୍କୁ ନେଇ କଂଗ୍ରେସର ଡାକରା । ବିଧାନସଭା ଘେରାଯିବ । ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ କରିଛି କଂଗ୍ରେସ । ଭୁବନେଶ୍ୱର ରାମ ମନ୍ଦିର ପାଖରୁ ବାହାରିଛି ବିରାଟ ସଭା । ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, ଯୁବ ଓ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏପରି ହଜାର ହଜାର କଂଗ୍ରେସ କର୍ମୀ ହୋଇଛନ୍ତି ସାମିଲ । ଯେଉଁଥି ପାଇଁ ବିଧାନସଭାର ସୁରକ୍ଷାକୁ ବଢାଇ ଦିଆଯାଇଛି । ପୁଲିସ ଛାଉଣୀରେ ରହିଛି ବିଧାନସଭା ।