
ଭୁବନେଶ୍ୱର: ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । କିନ୍ତୁ ସେପଟେ ଭିନ୍ନ ଉଦ୍ୟମରେ ପ୍ରତିବାଦ କରୁଛି କଂଗ୍ରେସ । ସ୍ୱାଭାବିକ ବଜେଟ ଅଧିବେସନର ପ୍ରଶ୍ନକାଳ ମଧ୍ୟରେ ଶାସକ ଦଳକୁ ସହଯୋଗ କରୁଛି ବିରୋଦୀ ବିଜେଡି । ସେପଟେ ରଣହୁଙ୍କାର ଦେଇ ଗାନ୍ଧୀ ମାର୍ଗରେ ଗର୍ଜନ କରିବା ପରେ ଆଜି ବିଧାନସଭା ନିକଟସ୍ଥ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରତିବାଦ କରିଛନ୍ତି କଗ୍ରେସର ନିଲମ୍ବିତ ସଦସ୍ୟ । ଯେଉଁଥିରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା ପ୍ରମୁଖ ଯୋଗ ଦେଇଥିଲେ ।