Featuredଓଡ଼ିଶାରାଜନୀତି

ନାରୀ ନିର୍ଯାତନା: କାହା କଥା ଠିକ, କିଏ କହୁଛି ଭୁଲ?

ଭୁବନେଶ୍ୱର: ବିରୋଧୀ କହୁଛନ୍ତି ଚାଲିଛି ସବୁ ଗଡ଼ବଡ଼ । ଶାସକ କହୁଛନ୍ତି ସବୁ କିଛି ଠିକ ଚାଲିଛି । ବିଗୁଡୁଥିବା ଆଇନ ବ୍ୟବସ୍ଥାକୁ ନେଇ ଯେଉଁଠି ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଉଠିଲାଣି ସେଠି ଭିନ୍ନ ବୟାନବାଜି ଦେଖିବାକୁ ମିଳିଛି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରେସ ମିଟ କରି କହିଥିଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ସେପଟେ କଂଗ୍ରେସ ମଧ୍ୟ ନିଜ ପୁରୁଣା ଦାବିକୁ ଉଠାଇ ଆସିଛି । ସାମ୍ବାଦିକ ସମ୍ମିଳନୀ କରି ରାମଚନ୍ଦ୍ର କାଡାମ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ଶାସକ ଦଳ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ବିଜେପି କହିଛି ଯେ ଆଗ ଅପେକ୍ଷା ନାରୀ ନିର୍ଯାତନାର ମାତ୍ରା କମିଛି । ବିରୋଧୀ ଯାହା ଅଭିଯୋଗ ଲଗାଉଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଯାହାକୁ ନେଇ ଏବେ ଦେଖାଦେଇଛି ଅସନ୍ତୋଷ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ କିଏ କହୁଛି ସତ? ଯଦି ଶାସକ ଦଳ କହୁଥିବା କଥା ଠିକ, ତେବେ ରାଜ୍ୟରେ ବର୍ତ୍ତମାନ ଚାଲିଥିବା ସ୍ଥିତି ଉପୁଜିଲା କ’ଣ ପାଇଁ?

Related Articles

Back to top button
WP Twitter Auto Publish Powered By : XYZScripts.com