କ୍ରୀଡ଼ାଜାତୀୟ
Trending

ପୁଣି ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ମେ 17 ରେ ପୁନଃଆରମ୍ଭ ହେବାକୁ ଯାଉଛି ।

ଖେଳ୧୫ ମଇ ୨୦୨୫ : ଆଇପିଏଲ୍‌ 2025 ମେ 17 ରେ ପୁନଃଆରମ୍ଭ ହେବାକୁ ଯାଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆରମ୍ଭ କରିଥିବା ଅପରେସନ୍ ‘ସିନ୍ଦୂର’ ଏବଂ ତାକୁ ନେଇ ପାକିସ୍ତାନ ସହ ହୋଇଥିବା ସାମରିକ ମୁହାଁମୁହିଁ ପାଇଁ ଆଇପିଏଲ୍‌କୁ ସ୍ଥଗିତ କରାଯାଇଥିଲା । ହେଲେ ଏବେ ଏହା ୧୭ ତାରିଖରୁ ପୁନର୍ବାର ଆରମ୍ଭ ହବାକୁ ଯାଉଛି ବୋଲି ବିସିସିଆଇ ଘୋଷଣା କରିଛି , ଯେଉଁଥିପାଇଁ ସମସ୍ତ କ୍ରିକେଟ ପ୍ରେମୀ ମାନଙ୍କ ମନରେ ଉତ୍ସହ ଓ ଆନନ୍ଦ ଖେଳିଉଠିଚି | ସେପଟେ ବିଭିନ୍ନ ଦଳର ବିଦେଶୀ ଖେଳାଳିମାନେ ସ୍ବଦେଶ ଯାଇଥିବାରୁ ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ କରି ଦେଇଛନ୍ତି ବିସିସିଆଇ।ଏପଟେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ଏବଂ ୱେଷ୍ଟଇଣ୍ଡିଜ୍ ର ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ଯୋଗୁଁ ଦଳଗୁଡ଼ିକ ପାଇଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଏକ ସମସ୍ୟା ହୋଇଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ଏବଂ ୱେଷ୍ଟଇଣ୍ଡିଜ୍ ର ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ଯୋଗୁଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଦଳଗୁଡ଼ିକ ପାଇଁ ଏକ ସମସ୍ୟା ହୋଇଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ର ଅଂଶ ଥିବା ଆଠ ଜଣ ଦକ୍ଷିଣ ଆଫ୍ରିକୀୟ ଖେଳାଳି ପ୍ଲେଅଫ୍ ପାଇଁ ଉପଲବ୍ଧ ହେବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳର କିଛି ଖେଳାଳି ବୁଧବାରଠାରୁ ଅଭ୍ୟାସ କରିଦେଇଛନ୍ତି , ଯାହାର ନେତୃତ୍ୱ ନେଇଛନ୍ତି ପୂର୍ବତନ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ସ୍ପିନର୍‌ କର୍ଣ୍ଣ ଶର୍ମା, ଅଶ୍ବିନ କୁମାର, ରବିନ ମିଞ୍ଜ ଓ ତିଳକ ବର୍ମା ମଧ୍ୟ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ରାଜସ୍ଥାନ ରୟାଲ୍‌ସ, ଗୁଜରାଟ ଟାଇଟନ୍ସ ଭଳି ଦଳ ଗୁରୁବାରଠାରୁ ଅଭ୍ୟାସ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଆଇପିଏଲ୍‌-୨୦୨୫ର ୫୭ଟି ମ୍ୟାଚ୍ ସରିଥିଲା ବେଳେ ଆଉ ୧୭ଟି ମ୍ୟାଚ୍ ଖେଳାଯିବାର ବାକି ଅଛି। ସେଥିମଧ୍ୟରେ ୧୩ଟି ଲିଗ୍ ଏବଂ ୪ଟି ପ୍ଲେ ଅଫ୍ ମ୍ୟାଚ୍ ସାମିଲ ରହିଛି। ୧୭ ତାରିଖରେ ଖେଳାଯିବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁଠାରେ ଆର୍‌ସିବି ଓ କେକେଆର୍ ମୁହାଁମୁହିଁ ହେବେ। ଲିଗ୍ ପର୍ଯ୍ୟାୟ ୬ଟି ସ୍ଥାନରେ ହେବ ଏବଂ ପ୍ଲେ ଅଫ୍ ଭେନ୍ୟୁ ପରେ ଘୋଷଣା କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com