ଓଡ଼ିଶାରାଜନୀତି

୧୯ରେ ହେବ ନିର୍ବାଚନ, ପୁଣି ଥରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବେ ବିଜେଡି ସୁପ୍ରିମୋ!

ଭୁବନେଶ୍ୱର: ପୁଣିଥରେ ହେବ ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ । ଏନେଇ ଘୋଷଣା କରିଛି ବିଜୁ ଜନତା ଦଳ । ୧୯ରେ ବିଜେଡି ସଭାପତି ନିର୍ବାଚନ ନେଇ କୁହାଯାଇଛି । ଆଉ ସେହିଦିନ ହିଁ ଘୋଷଣା ହେବ ଦଳର ମୁଖିଆଙ୍କ ନାଁ । ୧୭ତାରିଖ ଅର୍ଥାତ ଆସନ୍ତାକାଲି ନୋମିନେସନ ଭରିବେ ନବୀନ ପଟ୍ଟନାୟକ । ତେବେ ବିଜେଡିର ସଭାପତି କିଏ ହେବେ ସେ ନେଇ ଲାଗି ରହିଥିଲା ଅନେକ କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଥିଲା ହୁଏତ ଅନ୍ୟ କାହାକୁ ଉତ୍ତରାଧିକାରୀ ଭାବେ ଚୟନ କରି ସଭାପତି ଭାବେ ଏଣ୍ଟ୍ରି କରାଇପାରନ୍ତି ନବୀନ ପଟ୍ଟନାୟକ । କିନ୍ତୁ ତାର ଘଟିଛି ଅବସାନ । କାରଣ ଖୋଦ ନବୀନ ନିଜେ ହିଁ ଦଳର ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ସେପଟେ ଦଳରୁ ଅନ୍ୟ କେହି ନବୀନଙ୍କ ବିପକ୍ଷରେ ନାମାଙ୍କନ ଭରିବାର ପ୍ରଶ୍ନ ହିଁ ଉଠୁନି । ତେଣୁ ପୁଣି ଥରେ ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com