ଓଡ଼ିଶାଜାତୀୟ

ନୂଆ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ, ‘ଭାରତ ଗ୍ରାମରେ ବାସ କରେ’। ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମରେ ବାସ କରନ୍ତି। ଓଡ଼ିଶାର ୮୩ ପ୍ରତିଶତ ଲୋକେ ଗ୍ରାମରେ ବାସ କରନ୍ତି । ତେଣୁ, ଯେତେଦିନ ପର୍ଯ୍ୟନ୍ତ ଗ୍ରାମର ବିକାଶ ହୋଇନାହିଁ, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପ୍ରତ୍ୟେକ ଯୋଗ୍ୟ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବା ପ୍ରକ୍ରିୟା ଜାରି ରହିଛି । ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି । ତେବେ ପୂର୍ବ ଘୋଷଣା ଅନୁଯାୟୀ ରଙ୍ଗୀନ ରାସନ କାର୍ଡ  ବଣ୍ଟାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com