ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ପ୍ରଶାନ୍ତ ଶତପଥୀଙ୍କ ଶେଷ କୃତ୍ୟ ସମ୍ପନ୍ନ

ବାଲେଶ୍ୱର : ପଞ୍ଚଭୂତରେ ଲୀନ ହେଲେ  ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀ । ବାଲେଶ୍ୱର ରେମୁଣା ଅନ୍ତର୍ଗତ ପୈତୃକ ଗ୍ରାମ ଇସାଣୀସ୍ଥିତ ଶ୍ମଶାନରେ ତାଙ୍କର  ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୋକାକୂଳ ପରିବେଶ, ଗାଁ ଲୋକ, ସମ୍ପର୍କୀୟଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଶାନ୍ତଙ୍କ ଶେଷ କୃତ୍ୟରେ ସାମିଲ ହୋଇଛନ୍ତି ।

ସେହିପରି ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ତାଙ୍କ ପତ୍ନୀଙ୍କୁ ଚାକିରି ସହିତ ପୁଅର ସମସ୍ତ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ତେବେ ଧର୍ମ ଆଧାରରେ ହତ୍ୟା କରିବା ଘଟଣାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି ।  ଛୁଟି କାଟିବାକୁ ପତ୍ନୀ ଏବଂ ପୁଅଙ୍କ ସହିତ ପହଲଗାମ ଯାଇଥିବା ପ୍ରଶାନ୍ତ ମଙ୍ଗଳବାର ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com