ଐତିହ୍ୟ ଓ ସଂସ୍କୃତିଓଡ଼ିଶା
୨ ମାସ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ : ଆଗକୁ ଆସୁଛି ଅକ୍ଷୟ ତୃତୀୟା,ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଭଳି ପର୍ବ । ତେଣୁ ମହାପ୍ରଭୁଙ୍କର ବିଭିନ୍ନ ବିଶେଷ ନୀତି ଥିବା ଯୋଗୁ ଏହି ସମୟରେ ରତ୍ନ ଭଣ୍ଡାର ମରାମତି କାମ ବନ୍ଦ ରହିବ। ରତ୍ନ ଭଣ୍ଡାର ମରାମତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହେବା ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ଅରବିନ୍ଦ କହିଛନ୍ତି, ତରବରିଆ ଭାବେ କାମ ହେବ ନାହିଁ। ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ଯାଏ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ । ଜୁନ୍ ୨୮ରୁ ପୁଣି ରତ୍ନ ଭଣ୍ଡାର ମରାମତି ଆରମ୍ଭ ହେବ। ତେବେ ରତ୍ନ ଭଣ୍ଡାରର ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ ବୋଲି ଅରବିନ୍ଦ କହିଛନ୍ତି । ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ASI ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବୈଠକ ବସିଥିଲା ।