ଓଡ଼ିଶାଜାତୀୟ

ଭୁବନେଶ୍ୱର ରେଳ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଭୁବନେଶର : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏହି କ୍ରମରେ ଭୁବନେଶ୍ୱର ରେଳ ଷ୍ଟେସନରେ ସୋମବାର RPF ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଛି। ଏପରିକି ମେଟାଲ ଡିଟେକ୍ଟର ସାହାଯ୍ୟରେରେ ତନ୍ନତନ୍ନ କରି ବିଭିନ୍ନ ଜିନିଷ ପତ୍ରକୁ ଯାଞ୍ଚ କରିଛି RPF ।

ସେହିପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPFକୁ ସୂଚନା ଦେବାକୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି । ତେବେ ଖାଲି ଭୁବନେଶ୍ୱର ରେଳ ଷ୍ଟେସନ ନୁହେଁ ସମୁଦ୍ର ତଟ ସହିତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ରହିଛି ତୀକ୍ଷ୍ଣ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com