
ନୂଆଦିଲ୍ଲୀ : ସିନେ ଜଗତ ସହ ଜଡ଼ିତ କିଛି ପ୍ରତିଷ୍ଠିତ କଳାକାରଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି । ପୁରସ୍କୃତ ହୋଇଥିବା କଳାକାରଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତା ନନ୍ଦାମୁରୀ ବାଳକୃଷ୍ଣ, ଅଜିତ କୁମାର ଏବଂ ବଲିଉଡ୍ ଗାୟକ ଅରିଜିତ ସିଂହଙ୍କ ଭଳି ଅତି ପରିଚିତ ଚେହେରା । ବାଳକୃଷ୍ଣ ଏବଂ ଅଜିତ କୁମାର ପଦ୍ମ ଭୂଷଣ ଏବଂ ଅରିଜିତ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି । ସେହିପରି ପ୍ରସିଦ୍ଧ ଗାୟକ ସ୍ୱର୍ଗତଃ ପଙ୍କଜ ଉଦାସଙ୍କୁ ମଧ୍ୟ ମରଣୋତ୍ତର ସମ୍ମାନ ଦିଆଯାଇଛି । ତାଙ୍କ ଉଦ୍ଦେଶ୍ୟରେ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।
ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ଶେଖର କାପୁର-ପଦ୍ମ ଭୂଷଣ, ଅଭିନେତା ଅଶୋକ ଲକ୍ଷ୍ମଣ ସରାଫ- ପଦ୍ମଶ୍ରୀ, ଅଭିନୟ ପ୍ରଶିକ୍ଷକ, ଥିଏଟର ନିର୍ଦ୍ଦେଶକ ବ୍ୟାରୀ ଗଡଫ୍ରେ ଜନ୍- ପଦ୍ମଶ୍ରୀ, ଗାୟକ ଜସପିନ୍ଦର ନରୁଲା- ପଦ୍ମଶ୍ରୀ, କଣ୍ଠଶିଳ୍ପୀ ଅଶ୍ୱିନୀ ଭୂଦେ ଦେଶପାଣ୍ଡେ-ପଦ୍ମଶ୍ରୀ, ସଂଗୀତ ରଚନା ରିକି ଗ୍ୟାନ କେଜ-ପଦ୍ମଶ୍ରୀ, ଲୋକ ଗାୟକ ଭେରୁ ସିଂ ଚୌହାନ-ପଦ୍ମଶ୍ରୀ, ଭଜନ ଗାୟକ ହରିନ୍ଦର ସିଂ ଶ୍ରୀନଗର ୱାଲେ-ପଦ୍ମଶ୍ରୀ, ଲୋକ ସଂଗୀତଜ୍ଞ ଜୋୟନାଚରଣ ବଟାରୀ-ପଦ୍ମଶ୍ରୀ, ଶାସ୍ତ୍ରୀୟ ସଂଗୀତ ଗାୟକ କେ. ଓମାନକୁଟ୍ଟି ଆମ୍ମା-ପଦ୍ମଶ୍ରୀ, ଗାୟକ, ମହାବୀର ନାୟକ- ପଦ୍ମଶ୍ରୀ, ଅଭିନେତା ମମତା ଶଙ୍କର-ପଦ୍ମଶ୍ରୀ, ଅଭିନେତା ଅନନ୍ତ ନାଗ- ପଦ୍ମ ଭୂଷଣ, ବେହଲା ବାଦକ- ଏଲ ସୁବ୍ରମଣ୍ୟମ୍- ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି ।