ଅନ୍ତର୍ଜାତୀୟଓଡ଼ିଶାଜାତୀୟଶିକ୍ଷା

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁରେ ଉଦବେଗ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର : କିଟ (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟୁଇଟ୍ ଯୋଗେ ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ ପାଇଁ କହିଛନ୍ତି।

ଆରଜୁ କହିଛନ୍ତି ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳୀ ଛାତ୍ରୀ ପ୍ରିସା ସାହଙ୍କ ମୃତଦେହ ହଷ୍ଟେଲ ରୁମରେ ମିଳିବା ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ପ୍ରିସାଙ୍କ ଆତ୍ମାର ସଦଗତି କାମନା କରୁଛୁ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି।

ଏହି ଘଟଣା ପରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଦିଲ୍ଲୀରେ ଥିବା ନେପାଳ ଦୂତାବାସ ସହିତ ସମନ୍ବୟ ରଖି ଘଟଣାର ସତ୍ୟତା ଏବଂ ତଥ୍ୟ ସଂଗ୍ରହ କରୁଛି । ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ସେପଟେ ଗୁରୁବାର ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା । ଶୁକ୍ରବାର ତାଙ୍କ ପରିବାର ଲୋକ ଆସି ଭୁବନେଶ୍ୱରରେ ପହଞ୍ଚିବେ । ପୂର୍ବରୁ ଗତ ଫେବୃଆରୀ ୧୬, ୨୦୨୫ରେ ମଧ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ କିଟ୍ ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ସେହି ଘଟଣା ମଧ୍ୟ ଆଜି ଯାଏ ସମାଧାନ ହୋଇନାହିଁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com