WhatsAppରେ ପାଇପାରିବେ ଦଶମ ସାର୍ଟିଫିକେଟ୍

ଭୁବନେଶ୍ୱର : WhatsAppରେ ମିଳିବ ୨୦୨୪-୨୫ ଶିକ୍ଷା ବର୍ଷର ଦଶମ ସାର୍ଟିଫିକେଟ୍ । ଏହାଦ୍ୱାରା ପାସ୍ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଘରେ ବସି ପାଇପାରିବେ। ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ WhatsApp ନମ୍ବର ଜାରି କରାଯାଇଛି। ଉକ୍ତ ନମ୍ବରରେ ମେସେଜ୍ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ କିଛି ସୋପାନ ଅତିକ୍ରମ କରିବାକୁ ହେବ ।
ସୋପାନ (୧) ମୋବାଇଲରେ ୭୭୧୦୦୫୮୧୯୨ ନମ୍ବରକୁ ସେଭ୍ କରନ୍ତୁ
ସୋପାନ (୨) ହ୍ୱାଟସଆପରେ BSE କିମ୍ବା Hi ଲେଖନ୍ତୁ
ସୋପାନ (୩) AHSC, ମଧ୍ୟମା, SOSC ବାଛନ୍ତୁ
ସୋପାନ (୪) ୨୦୨୫କୁ ଚୟନ କରନ୍ତୁ
ସୋପାନ (୫) ରୋଲ୍ ନମ୍ବର ଲେଖନ୍ତୁ
ସୋପାନ (୬) ପରୀକ୍ଷାର୍ଥୀଙ୍କ ଜନ୍ମ ତାରିଖ ଲେଖନ୍ତୁ
ସୋପାନ (୭) ମୋବାଇଲ ନମ୍ବର ଦେବାପରେ OTP ପାଇବେ
ସୋପାନ (୮) ଡିଜିଟାଇଜଡ୍ ସାର୍ଟିଫିକେଟ୍ ପାଇବା ପାଇଁ ସେହି OTP ଦିଅନ୍ତୁ
ସେହିପରି websiteରୁ ମଧ୍ୟ ପରୀକ୍ଷାର୍ଥୀମାନେ ସାର୍ଟିଫିକେଟ୍ ପାଇପାରିବେ । ୭ ଦିନ ମଧ୍ୟରେ ଏହି ଡିଜିଟାଲ୍ ସାର୍ଟିଫିକେଟ୍ websiteରୁ ଯେତେଥର ଡାଉନଲୋଡ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୭ ଦିନ ପରେ ପ୍ରଥମ ଥର ଡାଉନଲୋଡ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ। କିନ୍ତୁ ଏହାପରେ ଡାଉନଲୋଡ କଲେ ଥରକେ ୫୦୦ ଟଙ୍କା online ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।