ଶିକ୍ଷା

ଘୁଞ୍ଚିଲା ନିଟ୍ ପରୀକ୍ଷ ; ୬ ରୁ ୮ ସପ୍ତାହ ପରେ ପରିକ୍ଷା ଅନୁଷ୍ଠିତ ହବ !

ନୂଆଦିଲ୍ଲୀ : ଘୁଞ୍ଚିଲା ନିଟ୍ ପରୀକ୍ଷା । ମାର୍ଚ୍ଚ ୧୨ରେ ହେବାକୁ ଥିବା ନିଟ୍ ପରୀକ୍ଷା ଏବେ ନୁହେଁ ବରଂ ଆଉ ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ ଚଳିତ ବର୍ଷର ପରୀକ୍ଷା ତାରିଖ ସହ ସମାନ ଥିଲା । ତେଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ଏପରିକି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ମଧ୍ୟ ମାମଲା ଯାଇଥିଲା । ତେବେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହାକୁ ୬ରୁ ୮ ସପ୍ତାହ ଯାଏଁ ଘୁଞ୍ଚାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com