ଅନ୍ତର୍ଜାତୀୟଜାତୀୟ

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଭାରତର ଆକ୍ରମଣ । ମଧ୍ୟରାତ୍ରୀରେ ପାକିସ୍ତାନ ସୀମାରେ ୧୦୦ କି.ମି. ଭିତରେ ପଶି ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଛି ଭାରତ । ଏଥିରେ ୩୦ରୁ ଅଧିକ ଆତଙ୍କବାଦୀ ମରିଥିବା କୁହାଯାଉଛି । ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ଏହାପରେ ପାକିସ୍ତାନ ଛାନିଆଁ ହୋଇଯାଇଛି ।

ଏହି ଆକ୍ରମଣରେ ମୋଟ ୯ଟି ସ୍ଥାନକୁ ଟାର୍ଗେଟ କରାଯାଇଛି । ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ମଧ୍ୟ ରାତ୍ରୀ ୧ଟା ୫ରୁ ୧ଟା ୩୦ ମଧ୍ୟରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତ । ଏଥିସହିତ ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ପର୍ବ ଆରମ୍ଭ କରିଛି ଭାରତ । ସେପଟେ ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com