ଓଡ଼ିଶାରାଜନୀତି

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ୱର :  ଓଡ଼ିଶାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ । ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦ ପ୍ରତିଶତ ରିହାତିରେ ଯାତ୍ରା କରିପାରିବେ । ବସରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ । ବସ୍ ଭିତରେ CCTV, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ ବଟନ ରହିବ। ତେବେ ଏହି ପ୍ରସ୍ତାବ ସହ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ ବିଭାଗର ୮ଟି ପ୍ରସ୍ତାବ ମଞ୍ଜୁରୀ ହୋଇଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com