ଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି : ମନ୍ତ୍ରୀ କୃଷ୍ଣ ପାତ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ସାଇନ୍ସ ସିଟି । ଗୁରୁବାର ଏହି ଘୋଷଣା କରିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷଣ ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ସେ କହିଛନ୍ତି, ମୁଁ ସମ୍ପ୍ରତି ଗୁଜରାଟର ଅହମ୍ମଦାବାଦରେ ଥିବା ସାଇନ୍ସ ସିଟିର ଗଠନ ଏବଂ କାର୍ଯ୍ୟକାରିତା ଅଧ୍ୟୟନ କରିବା ପାଇଁ ପରିଦର୍ଶନ କରିଥିଲି। ଏହାର ମଡେଲରେ ଅନୁପ୍ରାଣିତ ହୋଇ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ  ଆଲୋଚନା କରି ଭୁବନେଶ୍ୱରରେ ସମାନ ସୁବିଧା ବିକଶିତ କରିବାକୁ ନିଷ୍ପତ୍ତି ନେଇଛୁ।

ସେହିପରି ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଭାବନାକୁ ଉତ୍ସାହିତ କରିବା ପାଇଁ ଆମେ ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଯେପରି  ସାଇନ୍ସ ପାର୍କ, ସାଇନ୍ସ ସେଣ୍ଟର କିମ୍ବା  ପ୍ଲାନେଟୋରିୟମ୍  ଭାବେ ବିକଶିତ କରିବାକୁ ଯୋଜନା କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା-୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ପାତ୍ର ।

 

Related Articles

Back to top button
WP Twitter Auto Publish Powered By : XYZScripts.com