ଓଡ଼ିଶାସ୍ୱାସ୍ଥ୍ୟ

ଟମାଟୋ ପାଇଁ ଗ୍ରାହକଙ୍କ ପେଟକୁ କାମୁଡ଼ିଦେଲେ ଦୋକାନୀ

 ଯାଜପୁର : ଟମାଟୋ ପାଇଁ ପାଣ୍ଡିତୁଣ୍ଡ । ପରିସ୍ଥିତି ଏମିତି ହେଲା ଯେ ପୋଲିସକୁ ଆସିବାକୁ ପଡ଼ିଲା । ଏପରି ଘଟଣା ଘଟିଛି ଯାଜପୁର ବୈରୀ ଥାନା ଅଞ୍ଚଳରେ । ଘଟଣାନୁସାରେ ଚମ୍ପାପୁର ଗ୍ରାମର ରମେଶ ସେଠୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ହାଟକୁ ପରିବା ପାଇଁ ଯାଇଥିଲେ । ଏହି ସମୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଦରକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।

ଏଥରେ ଉତକ୍ଷିପ୍ତ ହୋଇ ଟମାଟୋ ବ୍ୟବସାୟୀ ଜଣଙ୍କ ରମେଶଙ୍କ ପେଟକୁ  କାମୁଡି ଦେଇଥିଲେ । ଏହାପରେ ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ ବୈରୀ ପୋଲିସ୍ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିଲା । ଆହତ ହୋଇଥିବା ରମେଶ ସେଠୀ ଜଣେ ସେନା କର୍ମଚାରୀ । I.T.B.P. ଅରୁଣାଞ୍ଚଳ ପ୍ରଦେଶର ଦଶମ ବାଟାଲିୟନରେ ହେଡ଼ କନେଷ୍ଟବଳ ଭାବେ ସେ କାର୍ୟ୍ୟ କରନ୍ତି । ଗୁରୁବାର ହେଡ୍ କ୍ୱାର୍ଟରକୁ ଯାଇଥାନ୍ତେ । ଏହାପୂର୍ବରୁ ତାଙ୍କୁ ବ୍ୟବସାୟୀ କାମୁଡି ପକାଇଥିଲେ । ତେବେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡ କ୍ୱାର୍ଟରକୁ ଯାଇଛନ୍ତି । ଏପଟେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରୀ ପୋଲିସ। ଏହି ଘଟଣା ଚମ୍ପାପୁର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com