
ଭୁବନେଶ୍ୱର : ଆଧ୍ୟାତ୍ମିକ ଜାଗରଣ ମଞ୍ଚ ପକ୍ଷରୁ ଡ. ସୁନୀତି ମୁଣ୍ଡଙ୍କ ନେତୃତ୍ଵରେ ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୂହିକ ପ୍ରାର୍ଥନା କରାଯାଇଛି । ଭାରତୀୟ ସେନା ପାହାଡ଼ ଜଙ୍ଗଲ ମଧ୍ୟରେ ରହି ଆମ ଦେଶ ତଥା ଦେଶବାସୀଙ୍କୁ ସୁରକ୍ଷା ଦେଉଥିବାରୁ ଏହି ମଞ୍ଚ ଭୁବନେଶ୍ବରର ଧଉଳି ପାହାଡ ଓ ବୃକ୍ଷ ଆଢୁଆଳରେ ରହି ସେନାଙ୍କ ସୁରକ୍ଷା ପାଇଁ ପ୍ରକୃତି ମଧ୍ୟରେ ଥିବା ସେହି ଦିବ୍ୟ ଶକ୍ତିକୁ ସ୍ମରଣ କରୁଛନ୍ତି । ଏହି ସାମୂହିକ ପ୍ରାର୍ଥନାରେ ଶତାଧିକ ଲୋକ ଏକତ୍ରିତ ହୋଇଥିଲେ। ସେହିପରି ଦେଶ ପାଇଁ ସହିଦ ହୋଇଥିବା ବୀର ଏବଂ ବୀରା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ ଉପସ୍ଥିତ ଲୋକମାନେ।