ଓଡ଼ିଶା

ଶିମିଳିପାଳ ଟାଇଗର ରିଜର୍ଭ ଜଗିବେ ଆଉ ୨ କୁକୁର

ମୟୂରଭଞ୍ଜ :  ଶିମିଳିପାଳ ଟାଇଗର ରିଜର୍ଭ ଜଗିବାରେ ଆଉ ୨ କୁକୁରଙ୍କୁ ନିୟୋଜିତ କରାଯାଇଛି । ଏମାନଙ୍କ ନାମ ହେଉଛି ନାନ୍ତା ଓ ଅନ୍ନିକା । ନାନ୍ତା ଅଣ୍ଡିରା ଏବଂ ଅନ୍ନିକା ମାଈ ଅଟେ । ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର ଏହି ୨ କୁକୁର ତେଲେଙ୍ଗାନାର ସିକନ୍ଦରାବାଦରୁ ତାଲିମ ନେଇ ଓଡ଼ିଶା ଫେରିଛନ୍ତି ।

ନାନ୍ତାକୁ ଟ୍ରାକିଂ ବା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି। ଏହା ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବାରେ ମାହିର୍। ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍ ପାରଙ୍ଗମ। ଏହି ଦୁଇଟି ସ୍ନିଫର ଡଗ୍ ପୂର୍ବରୁ ଶିମିଳିପାଳ ସୁରକ୍ଷାରେ ନିୟୋଜିତ ଅନ୍ୟ ୬ଟି କୁକୁର; ଦ୍ରୋଣା (ଜର୍ମାନ୍ ସେଫର୍ଡ), ମାୟା (ଜର୍ମାନ୍ ସେଫର୍ଡ), ଲିଓ (ବେଲଜିଆନ୍ ସେଫର୍ଡ), ଖାଇ (ବେଲଜିଆନ୍ ସେଫର୍ଡ), ହନି (ଜର୍ମାନ ସେଫର୍ଡ) ଓ ଚାଙ୍କ (ଜର୍ମାନ୍ ସେଫର୍ଡ)ଙ୍କୁ ସହଯୋଗ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com