ଓଡ଼ିଶା

ଆସାମରୁ ଓଡିଶା ଆସୁଥିଲା ମଦ ବୋଝେଇ କଣ୍ଟେନର, ଅଧାରାସ୍ତାରେ କାବୁ କଲା ଅବକାରୀ ବିଭାଗ

ଢେଙ୍କାନାଳ : ଚୋରା ମଦ ବୋଝେଇ କଣ୍ଟେନର ଜବତ । କଣ୍ଟେନରରୁ ଶହ ଶହ ମଦ କାର୍ଟୁନ ମଧ୍ୟ ଜବତ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରୁ ହୋଇଛି ଜବତ । ଏହାସହିତ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି ।
ଖବର ଅନୁଯାୟୀ, ଆସାମରୁ ଓଡିଶାର ଝାରସୁଗୁଡ଼ା ଅଞ୍ଚଳକୁ ବିଦେଶୀ ମଦ ଚୋରାରେ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ କଡ଼ା ନଜର ରଖିଥିଲା । ଏହିକ୍ରମରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଅଞ୍ଚଳରୁ ଏକ ଚୋରା ବିଦେଶୀ ମଦ ବୋଝେଇ କଣ୍ଟେନରକୁ କାବୁ କରିଥିଲେ । କଣ୍ଟେନରକୁ ବାଟ କଢେଇ ନେଇ ଯାଉଥିବା ଜଣେ ଓଡିଆ ଯୁବକ ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ତେବେ ଗିରଫ ହୋଇଥିବା ଓଡିଆ ଯୁବକ ଜଣଙ୍କ ମୋଟଙ୍ଗା ଥାନା ବଳରାମ ପ୍ରସାଦ ଗାଁର ଅବିନାଶ ମହାରଣା ବୋଲି ଜଣାପଡିଛି।  ଟ୍ରକ ଡ୍ରାଇଭର ଆସାମ ଅଞ୍ଚଳର  ଛତିଶ ନନ୍ଦା ଓ ହେଲପର ବିରେନ୍ଦର ବୋଲି ଜଣାପଡିଛି । ପୋଲିସ ଛାନ୍‌ଭିନ୍‌ରୁ କଣ୍ଟେନର ଭିତରୁ ୧ ହଜାରରୁ ଅଧିକ କାର୍ଟୁନ ଜବତ ହୋଇଥିବାର ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com