ଓଡ଼ିଶା

ପାନୀୟ ଜଳ ସମସ୍ୟା ଦୂର ପାଇଁ ସଚିବମାନଙ୍କ ବୈଠକ

ଭୁବନେଶ୍ୱର :  ରାଜ୍ୟରେ ଲାଗି ରହିଛି ଜଳ କଷ୍ଟ । ବର୍ତ୍ତମାନ ଖରାଦିନ ଚାଲୁଥିବାରୁ ପାନୀୟ ଜଳ ଉତ୍ସ ଗୁଡ଼ିକୁ ଯଥା ସମ୍ଭବ ମରାମତି କରାଯାଉଛି । ତେବେ ଏହାର ସ୍ଥାୟୀ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସଚିବମାନଙ୍କ ବୈଠକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଭିତ୍ତି ପ୍ରସ୍ତର ସ୍ଥାପନା ହୋଇଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ କରାଯିବା ନେଇ ଆଲୋଚନା କରାଯାଇଛି । ସେହିପରି ବିଭିନ୍ନ ବିଭାଗର ସଚିବମାନଙ୍କ ଜିଲ୍ଲା ଗସ୍ତ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Related Articles

Back to top button
WP Twitter Auto Publish Powered By : XYZScripts.com