ଜାତୀୟ

ହାଇଦ୍ରାବାଦରେ ଆଇଏସଆଇର ୨ ସନ୍ଦିଗ୍ଧ ବ୍ୟକ୍ତି ଗିରଫ !

ହାଇଦ୍ରାବାଦ,୧୯/୫: ହାଇଦ୍ରାବାଦରେ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଜଡିତ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ବୋମା ବିସ୍ଫୋରଣ ଷଡଯନ୍ତ୍ରରେ ଦୁଇ ଜଣଙ୍କ ଉପରେ ଅଭିଯୋଗ ଅଛି। ରବିବାର ଦିନ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ପୋଲିସ ଉଭୟଙ୍କୁ ଗିରଫ କରି ଏକ ବଡ ଧରଣର ବିସ୍ଫୋରଣକୁ ଏଡାଇ ଦେଇଥିଲେ।
ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସିରାଜ ଉର ରେହମାନ ଏବଂ ସୟଦ ସମୀର ଭାବରେ ଚିହ୍ନଟ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ ଉଭୟଙ୍କୁ ସାଉଦି ଆରବରେ ସକ୍ରିୟ ଥିବା ଏକ ଆଇଏସଆଇ ମଡ୍ୟୁଲ୍ ଠାରୁ ନିର୍ଦ୍ଦେଶ ମିଳୁଥିଲା , ଯାହା ହାଇଦ୍ରାବାଦରେ ଆତାଙ୍କ ସୃଷ୍ଟି କରିବାକୁ ଚାହୁଁଥିଲା।
ପୋଲିସ ସେମାନଙ୍କଠାରୁ ଆମୋନିଆ, ସଲଫର ଏବଂ ଆଲୁମିନିୟମ ପାଉଡର ଭଳି ବିସ୍ଫୋରକ ସାମଗ୍ରୀ ଜବତ କରିଛି। ସିରାଜ ବିଜୟନଗରମରୁ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିଥିଲା। ବର୍ତ୍ତମାନ, ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପଚରାଉଚରା ଚାଲିଛି। ତାଙ୍କୁ ଖୁବ୍‌ଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।
ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ଏକ ମିଳିତ ଅପରେସନର ଅଂଶ ଭାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସିରାଜକୁ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଗିରଫ କରାଯାଇଥିଲା। ପଚରାଉଚରା ସମୟରେ, ସିରାଜ ସମୀରର ନାମ ପ୍ରକାଶ କରିଥିଲା, ପରେ ପୋଲିସ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲେ । ତେବେ ସାଧାରଣ ଲୋକଙ୍କୁ ସତର୍କ ରହିବାଲାଗି ଏବଂ ଯେକୌଣସି ସନ୍ଦିଗ୍ଧ କାର‌୍ୟ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ରିପୋର୍ଟ କରିବାକୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com