ଅନ୍ତର୍ଜାତୀୟଜାତୀୟ
ଭାରତୀୟ ଆମ୍ବ ରଫତାନିକୁ ଆମେରିକାର ପ୍ରତ୍ୟାଖ୍ୟାନ !

ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୯ା୫: ଭାରତରୁ ରପ୍ତାନି ହୋଇଥିବା ୧୫ କଣ୍ଟେନର ଆମ୍ବକୁ ଆମେରିକାର ଲସ୍ଏଞ୍ଜେଲ୍ସ,, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ କାଗଜପତ୍ର ତ୍ରୁଟି ଦର୍ଶାଇ ପ୍ରବେଶ ଅନୁମତି ବନ୍ଦ କରାଯାଇଛି। ଯଦିଓ ଆମ୍ବଗୁଡ଼ିକୁ ମୁମ୍ବାଇରେ ୟୁଏସ୍ଡିଏ ପ୍ରତିନିଧି ତଦାରଖୀରେ ରେଡିଏଶନ୍ ଟ୍ରିଟ୍ମେଣ୍ଟ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିଲା, ତଥାପି ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଦର୍ଶାଇ କଣ୍ଟେନରଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ଘଟଣାରେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୫ ଲକ୍ଷ ଡଲାର କ୍ଷତି ସହିଛନ୍ତି। ଅନ୍ୟ ବିକଳ୍ପ ଅଭାବରେ ସେମାନେ ଆମ୍ବଗୁଡ଼ିକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏହା ବ୍ୟବସାୟୀମାନଙ୍କୁ ଚିନ୍ତିତ କରିଛି ଓ ଭାରତ-ଆମେରିକା ବାଣିଜି୍ୟକ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଭବିଷ୍ୟତରେ ଏପରି ଘଟଣା ଏଡ଼ାଇବା ପାଇଁ ବ୍ୟବସାୟୀମାନେ ଉନ୍ନତ ସମନ୍ୱୟ ଓ ଅଧିକ ସତର୍କତା ଅବଲମ୍ବନ କରିବେ ବୋଲି ମତ ପ୍ରକାଶ କରିଛନ୍ତି।