ଜୁନ ୨୩ରେ ପଞ୍ଚାୟତ ଉପନିର୍ବାଚନ ।
ପଞ୍ଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ ୨୩ରେ ହେବ ଉପନିର୍ବାଚନ ।

ଭୁବନେଶ୍ୱର ୨୧ ମେ ୨୦୨୫: ପଞ୍ଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଜୁନ୍ ୨୩ ତାରିଖରେ ହେବ ମତଦାନ । ୪୩ଟି ସରପଞ୍ଚ ପଦବୀ ଏବଂ ୨୭୨ଟି ୱାର୍ଡ ସଦସ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ ୨୫ ତାରିଖରେ ବିଜ୍ଞପ୍ତି ଜାରି ସହିତ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ମେ ୨୬ ରୁ ମେ ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ। ସରପଞ୍ଚ, ସମିତିସଭ୍ୟ ଓ ୱର୍ଡ ମେମ୍ବର ପ୍ରଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଦଖିଲହବ ନାମାଙ୍କନ ପତ୍ର । ଜୁନ୍ ୨ ତାରିଖରେ ନାମାଙ୍କନ ଯାଞ୍ଚ ହେବ ଏବଂ ଯୋଗ୍ୟତାଲିକା ପତ୍ର ପ୍ରକାଶ ପାଇବା ଓ ତା ସହ ଯେଉଁ ପ୍ରାଥୀ ମାନେ ପ୍ରତ୍ୟାହାର କରିବା ପାଇଁ ଚାହୁଁଥିବେ ସେମାନେ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଜୁନ୍ ୨୩ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨୪ ତାରିଖ ସକାଳ ୮ରୁ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି କରାଯିବ। ୨୦୨୪ ନିର୍ବାଚନରେ ତକ୍ତା ପାଲଟିବାର ଆମେ ଦେଖିଥିଲୁ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ସହ ୨୪ ବର୍ଷ ଧରି ଶାସନ କରିଆସୁଥିବା ସରକାର ବଦଳିଗଲା । ଏହି ନିର୍ଵାଚନାଟି ଓଡିଶା ପାଇଁ ଏକ ନୂଆ ମୋଡ ନେଇକି ଆସିଥିଲା । ତେଣୁ ପଞ୍ଚାୟତ ଉପନିର୍ବାଚନରେ କଣ ରହିବ ରାଜନୀତିକ ଦଳଗୁଡିକର ପ୍ରସ୍ତୁତି, ଏବଂ କିପରି ରହିବ ବିଜେପି, ବିଜେଡି, ଓ କଂଗ୍ରେସର ପ୍ରସ୍ତୁତି । ଏହି ଉପନିର୍ବାଚନରରେ କଣ ରହିବ ରାଜନୈତିକ ଦଳ ଗୁଡିକର ସ୍ଥିତି ଜଣାପଡିବା ।