ଶିକ୍ଷା

ଆଜି ବାହାରିବ ଯୁକ୍ତ୨ ପରୀକ୍ଷାଫଳ।

ଆଜି ବାହାରିବ ଯୁକ୍ତ୨ ପରୀକ୍ଷାଫଳ, ଅପରାହ୍ଣ ୪ଟାରେ ହେବ ଘୋଷଣା ।

ଭୁବନେଶ୍ୱେର ୨୧ ମେ: ଆଜି ବାହାରିବା ପାଇଁ ଯାଉଛି ଯୁକ୍ତ୨ ର ପରୀକ୍ଷାଫଳ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇବା ପାଇଁ ଯାଉଛି । ଏକା ସମୟରେ ହିଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍‌ଟ ବାହାରିବ। ଅପରାହ୍ଣ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଉକ୍ତ ପରୀକ୍ଷାଫଳ ଘୋଷଣା କରିବେ । ଅପରାହ୍ଣ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାର ଘଣ୍ଟାକ ପରେ ଅର୍ଥାତ୍‌ ଅପରାହ୍ଣ ୫ଟା ବେଳକୁ ପରୀକ୍ଷାର୍ଥୀ https://results.odisha.gov.in କିମ୍ବା https://results.digilocker.gov.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଏବଂ ଅପରାହ୍ଣ ୫ଟା ବେଳକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁଡ଼ିକର ଅଧ୍ୟକ୍ଷ/ଅଧ୍ୟକ୍ଷା ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ବିଦ୍ୟାଳୟର ଟାବୁଲେସନ୍‌ ‌ରେଜିଷ୍ଟର ପାଇପାରିବେ। ଯାହାକି ପିଲାମାନଙ୍କ ୨୦୨୫ ପରୀକ୍ଷାର ଫର୍ମ ପୂରଣରେ ସହାୟକ ହେବ ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com