Featuredଶିକ୍ଷା

ପ୍ରାଇଭେଟ ସ୍କୁଲ ପିଲାଙ୍କୁ ମାଗଣା ବହି

ଶିକ୍ଷାର ବିକାଶ କ୍ଷେତ୍ରରେ ପୁଣି ଏକ ଦୃଷ୍ଟାନ୍ତମୂଳକ ପଦେକ୍ଷପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟରେ ଥିବା ସମସ୍ତ ଅଣ ଅନୁଦାନ ପ୍ରାପ୍ତ ଓଡିଆ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ।

ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ କରାଯିବ । ତଥ୍ୟ ମୁତାବକ ରାଜ୍ୟରେ ବର୍ତ୍ତମାନ ୩୬୨୦ଟି ଅଣ ଅନୁଦାନ ପ୍ରାପ୍ତ ଓଡିଆ ବିଦ୍ୟାଳୟ ରହିଛି । ଏବଂ ଏସବୁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।

ଏଇ ଛାତ୍ରଛାତ୍ରୀମାନଙ୍କୁ ୨୦୨୪-୨୫ ଶିକ୍ଷା ବର୍ଷରୁ ସରକାରଙ୍କ ତରଫରୁ ମାଗଣା ପାଠ୍ୟପୁସ୍ତକ ଦିଆଯିବ । ଯେଉଁଥିପାଇଁ ୯କୋଟି ୪୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଘରୋଇ ଓଡିଆ ସ୍କୁଲ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com