ଓଡ଼ିଶାଶିକ୍ଷା

ବଢ଼ିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ତାରିଖ ।

ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଆଜି ସକାଳ ୧୧.୪୫ ଥିଲା ଯାହା ବୃଦ୍ଧି କରାଯାଇଛି ।

କଟକ: ଚାକିରିରେ ଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର OTET ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଯାଇଥିଲା । ହେଲେ ଆଜି ଶୁଣିବାକୁ ମିଳିଛି ଯେ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଏହାକୁ ବୃଦ୍ଧି କରିଛି । ସୂଚନା ଅନୁସାରେ ୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣକୁ ୨୭ ମଇ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଓଡ଼ିଶା ଦ୍ୱାରା କଟକ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଆବେଦନରର ତାରିଖ ବୃଦ୍ଧି ପାଇଛି ବୋଲି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଥିଲା ଆଜି ସକାଳ ୧୧.୪୫ ଟା। ହେଲେ ପଂଜିକରଣର ଶେଷ ତାରିଖ ୨୭ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ ପାଇଛି । ଏହି ମାସର ଆରମ୍ଭରେ ୭ ମଇରେ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ତରଫରୁ ସ୍ୱତନ୍ତ୍ର OTET ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକମାନେ ପଞ୍ଜୀକରଣ କରିପାରିବେ ବୋଲି ସୂଚନା ଆସିଥିଲା । ଏହି ନୋଟିସରେ BSE ଉଲ୍ଲେଖ କରିଥିଲା ​​ଯେ ଯୋଗ୍ୟ ଶିକ୍ଷକମାନେ ୯ ମଇ ୨୦୨୫ ସକାଳ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ, ଏବଂ ପେପର୍ I ଓ ପେପର୍ II ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି ପ୍ରକାଶ ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com