ଅନ୍ୟାନ୍ୟଓଡ଼ିଶା

ଧରାପଡ଼ିଲେ କୋଟିପତି ଯନ୍ତ୍ରୀ, କରୁଥିଲେ ତାଙ୍କ ବର୍ଷା ।

ଓଡ଼ିଶା ସରକାରୀ କର୍ମଚାରୀଙ୍କ ଘରେ ଚଢାଉ,କରୁଥିଲେ ଝରକାରୁ ଟଙ୍କା ବର୍ଷା । ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ସରକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରି ତାଙ୍କ ନିକଟରୁ ୨ କୋଟି ଟଙ୍କାରୁ ଅଧିକ ନଗଦ ଏବଂ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି ଓଡ଼ିଶା ଭିଜିଲାନ୍ସ। ଓଡ଼ିଶା ପୋଲିସର ଦୁର୍ନୀତି ନିବାରଣ ଶାଖା ଭୁବନେଶ୍ୱରରେ ରାଜ୍ୟର ଆରଡବ୍ଲୁ ଡିଭିଜନର ପ୍ଲାନ୍ ରୋଡ୍ସର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଢ଼ଙ୍ଗୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି । ଅଧିକାରୀମାନେ କହିଛନ୍ତି ଯେ ଷଢ଼ଙ୍ଗୀଙ୍କଠାରୁ ଉଦ୍ଧାର ହୋଇଥିବା ଟଙ୍କା ମଧ୍ୟରୁ ପ୍ରାୟ ₹୧ କୋଟି ନଗଦ ଟଙ୍କା ତାଙ୍କ ଭୁବନେଶ୍ୱର ଫ୍ଲାଟରୁ ଜବତ କରାଯାଇଛି ଏବଂ ତାଙ୍କ ଅନୁଗୁଳସ୍ଥିତ ବାସଭବନରୁ ₹୧.୧ କୋଟି ମିଳିଛି । ଯେତେବେଳେ ଭିଜିଲାନ୍ସ ଛାପା ମାରିବା ପାଇଁ ଗଲେ, ସେ ସମୟରେ ଷଢ଼ଙ୍ଗୀଙ୍କ ନଜର ତାଙ୍କ କୋଠାରେ ପ୍ରବେଶ କରୁଥିବା ଅଧିକାରୀମାନଙ୍କ ଉପରେ ପଡ଼ିବା ମାତ୍ରେ ସେ ସବୁତକ ଟଙ୍କା ଗୁଡିକୁ ଝରକା ପଟେ ବାହାରକୁ ଫୋଫାଡ଼ି ଦେଇଥିଲେ । ସେ “ଭୁବନେଶ୍ୱରରେ ଥିବା ତାଙ୍କ ଫ୍ଲାଟର ଝରକା ଦେଇ ₹୫୦୦ ମୂଲ୍ୟର ନଗଦ ଗଣ୍ଠି ଫୋପାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ସାକ୍ଷୀଙ୍କ ଉପସ୍ଥିତିରେ ଟଙ୍କା ଉଦ୍ଧାର କରାଯାଇଥିଲା,ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଷଢ଼ଙ୍ଗୀଙ୍କ ବିରୁଦ୍ଧରେ ତାଙ୍କ ଆୟ ତୁଳନାରେ ଅଧିକ ସମ୍ପତ୍ତି ରଖିବାର ଅଭିଯୋଗ ରହିଛି। ଅନୁଗୁଳର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଅଧିକାରୀମାନଙ୍କୁ ଏକକାଳୀନ ଚଢାଉ କରିବାକୁ ଅନୁମତି ଦେଇଥିଲା।ଜଣେ ଅଧିକାରୀ କହିଛନ୍ତି ଯେ ଭିଜିଲାନ୍ସ ଦଳ ଅନୁଗୁଳର କରାଡାଗାଡିଆରେ ଏକ ଦୁଇ ମହଲା ବିଶିଷ୍ଟ ଆବାସିକ ଘର ଏବଂ ପୁରୀ ଜିଲ୍ଲାର ଭୁବନେଶ୍ୱର, ସିଉଲା ଏବଂ ପିପିଲିରେ ଫ୍ଲାଟ ଠାବ କରିଛି।ଅନୁଗୁଳରେ ସାରଙ୍ଗୀଙ୍କ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଥିଲା। ଅଧିକାରୀମାନେ ଭୁବନେଶ୍ୱରର ମୁଖ୍ୟ ଯନ୍ତ୍ରୀ, ଆରଡି ପ୍ଲାନିଂ ଆଣ୍ଡ ରୋଡରେ ଥିବା ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ମଧ୍ୟ ଚଢାଉ କରିଥିଲେ।ଶୁଣିବାକୁ ମିଛିଯେ ସେ ଚଢ଼ାଉ ଦିନ ଅବସର ନେବା ପାଇଁ ଯାଉଥିଲେ, ହେଲେ ହଟାତ ଭିଜିଲାନ୍ସ ପଶି ଜବତ କରିନେଲା କଳା ଧାନକୁ । ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ସେ ବିଦେଶକୁ ବୁଲିବାକୁ ଯିବାପାଇଁ ପ୍ରସ୍ତୁତି କରୁଥିଲେ ହେଲେ ଧାରା ପଡିଗଲେ ଭିଜିଲାନ୍ସ ହାତରେ । ଯେଉଁ ହାତରେ ଅବସର ପରେ ଫୁଲ ତୋଡ଼ା ଧରିବାର ଥିଲା ସେଇ ହାତରେ ଲାଗିଲା ହାତକଡ଼ି । ବର୍ତମାନ ସେ ଝାରପଡା ଜେଲରେ ଅଛନ୍ତି । ଆଗକୁ ତାଙ୍କ ଉପରେ ଶକ୍ତ କାର୍ଯ୍ୟକାରୀ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com