ଓଡ଼ିଶାଶିକ୍ଷା

ରାଜ୍ୟ ସରକାରଙ୍କୁ ବର୍ଷେ ପୁରିଲା, ସ୍ଥାପନ କରିବେ ୫୦୦ ବିଦ୍ୟାଳୟ ।

ଭୁବନେଶ୍ୱର୦୫/ ଜୁନ: ରାଜ୍ୟ ସରକାର ନିଜର ଏକ ବର୍ଷ ପ୍ରତି ଅବସରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ରାଜ୍ୟ ସାରା ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ଏହା ଆଗାମୀ ସପ୍ତାହରେ ହେବ ବୋଲି ସୂଚନା ମିଳିଛି । ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ଉଦ୍ଦେଶରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି ଓଡିଶା ସରକାର। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ଆଗାମୀ ସପ୍ତାହରେ ସାରା ରାଜ୍ୟରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ତାର ପ୍ରଥମ ବାର୍ଷିକୀ ପୁରାଣ କରିଛି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୨ ତାରିଖ ଦିନ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଅଧୀନରେ ୫୦୦ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏହି ଯୋଜନା ଅଧୀନରେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଶା ସରକାର। ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ, ଯେପରି ସତ୍ୟବାଦୀ ବନବିଦ୍ୟାଳୟରେ ଆଦର୍ଶ ଶିକ୍ଷା ପରିବେଶ ଥିଲା ସେହି ପରି ଏହି ବିଦ୍ୟାଳୟରେ ମଧ୍ୟ ଉତ୍ତମ ଓ ଆଦର୍ଶ ପରିବେଶ ସୃଷ୍ଟି କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି। ଏଥିରେ ପିଲାମାନଙ୍କର ବିଶେଷ କରି ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com