ଅହମ୍ମଦବାଦରେ ବଡ଼ ବିମାନ ଦୁର୍ଘଟଣା, ଜଳିଗଲା ଏୟାର ଇଣ୍ଡିଆ

ଅହମଦାବାଦ, ୧୨।୦୬: ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି।
ଏୟାର ଇଣ୍ଡିଆର ଏକ ବିମାନ ଜଳି ଯାଇଥିବା ଜଣା ପଡିଛି । ଟେକଅପ ସମୟରେ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଫଳରେ ନିଆଁରେ ଆକାଶ ଧୂଆଁମୟ ହୋଇ ଉଠିଛି । ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ଯ ଜାରି ରହିଥିବା ଜଣା ପଡିଛି । ବିମାନଟି ଅହମଦାବାଦ ରୁ ଲଣ୍ଡନ ଯାଉଥିବା ଜଣା ପଡିଛି। ତେବେ ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଇଞ୍ଜିନରେ ବୈଷୟିକ ତ୍ରୁଟି କାରଣରୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ , ନିଆଁ ଲିଭାଇବା ପାଇଁ ୭ ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିୟୋଜିତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେମାନଙ୍କୁ ଅହମ୍ମଦାବାଦସ୍ଥିତ ସିଭିଲ ହସ୍ପିଟଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବିଏସଏଫ ଯବାନମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଜଣା ପଡିଛି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।