ଓଡ଼ିଶାଶିକ୍ଷା

ପ୍ରକାଶ ପାଇଛି NEET-UG 2025 ପରୀକ୍ଷା ଫଳାଫଳ, ସ୍ନେହାଶିଷ ଓଡିଶା ଟପ୍ପର ।

ଭୁବନେଶ୍ୱର ୧୪/ଜୁନ୍: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ପରିଚାଳନା କରିଥିବା । NEET UG 2025 ମେ 4, 2025 ରେ ଗୋଟିଏ ସିଫ୍ଟରେ କରାଯାଇଥିଲା। ଦେଶର 500 ରୁ ଅଧିକ ସହରର 5,453 ଟି କେନ୍ଦ୍ରରେ ଅପରାହ୍ନ 2 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପାଇଁ 22.7 ଲକ୍ଷରୁ ଅଧିକ ପ୍ରାର୍ଥୀ ପଞ୍ଜିକୃତ ହୋଇଥିଲେ। ସମୁଦାୟ 13ଟି ଭାଷାରେ ପରୀକ୍ଷା କରାଯାଇଥିଲା ।ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ପ୍ରକାଶ କରାଯାଇଛି ଏହି ପରୀକ୍ଷାଫଳ । ରାଜସ୍ଥାନର ମହେଶ କୁମାର ପ୍ରଥମ ସ୍ଥାନ ଓ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ସହ ଓଡିଶାର ସ୍ନେହାଶିଷ ଦାସ ସର୍ବଶ୍ରେଷ୍ଠ ମାର୍କ ରଖି ଓଡିଶା ଟପ୍ପର ହୋଇଛନ୍ତି । ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ NEET neet.nta.nic.in ର ଅଫିସିଆଲ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com