Breaking Newsସ୍ୱାସ୍ଥ୍ୟ

ମୃତ୍ୟୁଦୂତ ସାଜି ଆସିଛି ଡାଇରିଆ, ନେଲଣି ଏତିକି ଜୀବନ ।

ଭୁବନେଶ୍ୱର୧୬/ଜୁନ୍: ଥମିବାରେ ଲାଗୁନି ଡାଇରିଆ ସଂକ୍ରମଣ,ମୃତ୍ୟୁ ଦୂତ ସାଜି ଆସିଛି ଡାଇରିଆ । ହୁ ହୁ ହେଇ ରାଜ୍ୟରେ ବଢ଼ିଚାଲିଛି ଡାଇରିଆ। ଯାଜପୁରରୁ ଆରମ୍ଭ କରି ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର,ପୁରୀ ଓ ଢେଙ୍କାନାଳରେ ବ୍ୟାପିଲାଣି ଡାଇରିଆ । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଅନେକ ଲୋକ ଡ଼ାଇରିଆରେ ଆକ୍ରାନ୍ତ ହୋଇସାରିଲେଣି । ଦିନକୁ ଦିନ ରୋଗୀ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଡ଼ାଇରିଆକୁ ରୋକିବା ପାଇଁ ସରକାର କଡା ପଦକ୍ଷେପ ନବା ସତ୍ୱେ ମଧ୍ୟ ଡାଇରିଆ ସଂକ୍ରମଣ କମିବାରେ ନା ନଉନହିଁ । ଯାଜପୁର ଜିଲ୍ଲା ପାଲଟିଛି ଡ଼ାଇରିଆର କେନ୍ଦ୍ରସ୍ଥଳ । ଯାଜପୁରରୁ ଆରମ୍ଭ ହୋଇ ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି ଡାଇରିଆ । ଏହା ସହ ଢେଙ୍କାନାଳର ଭୁବନ ଚିକିତ୍ସଳୟରେ ମଧ୍ୟ ରୋଗୀ ସଂଖ୍ୟ ବଢ଼ିବାରେ ଲାଗିଛି, ପ୍ରାୟ ୩୦ରୁ ଅଧିକା ରୋଗୀ ଭର୍ତି ହେଲେଣି ଭୁବନ ସିଏଚସିରେ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନ ଚିକିତ୍ସଳୟରେ ପହଞ୍ଚି ସ୍ତିତି ସମୀକ୍ଷା କରିଛନ୍ତି । କେମିତି ରୋଗୀ ମାନଙ୍କୁ ଉଚିତ ଚିକିଷ୍ୟ ଯୋଗାଇ ଦିଆଯିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନ ସିଏଚସି ରୁ ରାଜ୍ୟସ୍ତରୀୟ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅଭିଯାନ ଦେଢ଼ ମାସ ଚାଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com