ଅନ୍ତର୍ଜାତୀୟଜାତୀୟଶିକ୍ଷାସ୍ୱାସ୍ଥ୍ୟ

ଦେଶରେ ଚିନ୍ତା ବଢାଉଛି ମଙ୍କିପକ୍ସ : ସଂକ୍ରମିତଙ୍କ ସଂଖ୍ୟା  ୮ ରେ ପହଞ୍ଚିଲା

ନୂଆଦିଲ୍ଲୀ, ୦୨/୦୮/୨୦୨୨-  ଦେଶରେ ଚିନ୍ତା ବଢାଇଲାଣି ମଙ୍କିପକ୍ସ । ଦିଲ୍ଲୀରେ ପୁଣି ଜଣେ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ LNGP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩ ରେ ପହଂଚିଛି । ଦିଲ୍ଲୀରେ ରହୁଥିବା ଜଣେ ଅଫ୍ରିକାର ନାଗରିକଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ କେରଳରେ ତିନି ଜଣ ମଙ୍କପକ୍ସରେ ସଂକ୍ରମିତ ହୋଇଥିବାବେଳେ ସେଥିରୁ ଜଣକର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା  ୮ ରେ ପହଞ୍ଚିଥିବା ବେଳେ ଏକାଧିକ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ଅଧିକ ତତ୍ପରତା ଦେଖାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାଣୟ । ଭୂତାଣୁ ମନିଟରିଂ ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ସେପଟେ ମଙ୍କିଫକ୍ସ ସଂକ୍ରମିତ ହୋଇ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତି ସୋମବାର ଦିନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭ୍ୟାକସିନ ପ୍ରସ୍ତୁତକାରୀ କମ୍ପାନୀ ସହ ନିତି ଆୟୋଗ ସଦସ୍ୟ ଆଲୋଚନା କରିଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା  ସହ  ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ LNJP ହସ୍ପିଟାଲ ଏମଡି ସୁରେଶ କୁମାର । ଏବେ କେରଳ ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com