ରାଜନୀତି

ଏସ୍‌ପି ଗୁରବିନ୍ଦର ସିଂହ ସସ୍‌ପେଣ୍ଡ

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ବଡ଼ ଆକ୍ସନ। ଏହି ମାମଲାରେ ଭଟିଣ୍ଡା ଏସ୍‌ପି ଗୁରବିନ୍ଦର ସିଂହଙ୍କୁ ସସ୍‌ପେଣ୍ଡ କରାଯାଇଛି।

କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ପଞ୍ଜାବ ଗୃହ ବିଭାଗ ସୂଚନା ଦେଇଛି।୨୦୨୨ ଜାନୁଆରୀ ୫ ତାରିଖରେ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ଫିରୋଜପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଘଟିଥିଲା।

Related Articles

Back to top button