ଓଡ଼ିଶାସ୍ୱାସ୍ଥ୍ୟ

ଭୟଙ୍କର ରୂପ ନେଉଛି ଝାଡ଼ାବାନ୍ତି,୭ଟି ଜିଲ୍ଲା ପ୍ରଭାବିତ ।

ଯାଜପୁର ୧୭/ଜୁନ୍: ନିୟନ୍ତ୍ରଣରେ ଆସୁନି ହଇଜା। ଦିନକୁ ଦିନ ଭୟଙ୍କର ରୂପରେ ବଢିବାକୁ ଲାଗିଛି ଡାଇରିଆ । ଯାଜପୁରରୁ ଆରମ୍ଭ କରି ସୋମବାର ଅପରାହ୍ନ ସୁଦ୍ଧା ଆଉ ୬ଟି ଜିଲ୍ଲାରେ ବ୍ୟାପିଛି ଡାଇରିଆ । କଟକ,କେନ୍ଦୁଝର, ଭଦ୍ରକ,କେନ୍ଦ୍ରାପଡ଼ା,ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ବ୍ୟାପିଲାଣି ଝାଡ଼ାବାନ୍ତି । ସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ ପ୍ରତି ଜିଲ୍ଲାକୁ ଯାଇ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବେ । ସବୁଠାରୁ ଅଧିକ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି, ଯାଜପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। କୋରେଇ,ବଡ଼ଚଣା ଓ ଧର୍ମଶାଳାରେ ସ୍ଥିତି ସାମାନ୍ୟ ରୂପେ ସୁଧୁରିବା ବେଳେ ଯାଜପୁର ଓ ବରୀ ବ୍ଲକରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାରେ ଏବେବି ୧୫୦ରୁ ଅଧିକ ରୋଗୀ ବିଭିନ୍ନ ଚିକିତ୍ସଲୟରେ ଚିକିତ୍ସିତ ହେଉଛନ୍ତି । ୧୪ ଜଣିଆ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରିବା ପାଇଁ ହସ୍ପିଟାଲ ବୁଲୁଛନ୍ତି, ସ୍ଥିତି ସମୀକ୍ଷାପରେ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି, ଖାଦ୍ୟ ନିରାପଦା ଓ ସ୍ୱଛତା ଉପରେ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ରୀୟ ଟିମ କହିଛି । ଭିବ୍ରିଓ କଲେରା ଜୀବାଣୁ ଯୋଗୁ ବ୍ୟାପୁଛି ହଇଜା ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com