ଓଡ଼ିଶା

ଅଳ୍ପକେ ବର୍ତ୍ତିଗଲା ଇଣ୍ଡିଗୋ, ହୋଇଥାନ୍ତା ବଡ ଦୁର୍ଘଟଣା ।

ଭୁବନେଶ୍ୱର ୧୯/ଜୁନ୍ : ଫୁଣି ଏକ ବିମାନ ଦୁର୍ଘଟଣା ହଉ ହଉ ଅଳ୍ପକେ ବର୍ତ୍ତିଗଲା । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ବିମାନ ତ୍ରୁଟି ସାମ୍ନାକୁ ଆସୁଛି । ଆଜି ଆଉ ଏକ ବିମାନ ଦୁର୍ଘଟଣା ହଉ ହଉ ଅଳ୍ପକେ ବର୍ତ୍ତିଯାଇଛି । ବିମାନଟି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଥିଲା ଇଣ୍ଡିଗୋ, ଟେକ ଅଫର କିଛି ସମୟରେ ହିଁ ଗୋଟେ ପକ୍ଷୀ ସହିତ ପିଟି ହେଇଯାଇଥିଲା । ପରେ ବିମନାଟିକୁ ଏଟିସି ର ଅନୁମତି କ୍ରମେ ଉକ୍ତ ବିମାନ ବନ୍ଦରରେ ହିଁ ଜରୁରୀକାଳୀନ ଅବତାରଣା କରିବାକୁ ପଡିଥିଲା, ବିମନରେ ପକ୍ଷୀର ରକ୍ତ ଲାଗିବାର ଦେଖିବାକୁ ମିଳିଥିଲା। ବିମାନରେ ୧୮୦ ଯାତ୍ରୀ ଥିଲେ । ଏକ ବଡ ଧରଣର ବିମାନ ଦୁର୍ଘଟଣା ହଉ ହଉ ଅଳ୍ପକେ ବର୍ତ୍ତିଯାଇଥିଲା । ସବୁ ସମ୍ଭାଳି ନେଲେ ପାଇଲଟ । ଯାତ୍ରୀମାନେ ଡରରେ ଚିଲ୍ଲାଚିଲ୍ଲୀ କରୁଥିଲେ ହେଲେ କେବିନ କୄଉ ସବୁ ଯାତ୍ରୀଙ୍କୁ ସମ୍ଭାଳି ନେଉଥିଲେ । ଦେଶରେ ଏତେ ବଡ ମର୍ମାତୁଙ୍କ ଦୁର୍ଘଟଣା ପରେ ଦେଶରେ ଡର ଖେଳିଯାଇଛି, ବିମାନରେ ଯାତ୍ରା କରିବା ପାଇଁ ସଙ୍କୋଚରେ ଅଛନ୍ତି ଦେଶ ବସି । ବିମାନରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ଡରୁଛନ୍ତି । ଦେଖିବାର ଅଛି କେବେ ସରକାର ଏ ମାମଲାରେ ଦୃଢ ପଦକ୍ଷେପ ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com