ଓଡ଼ିଶା

ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର, ୨୧|୦୬ : ଥମୁନି ଯାତ୍ରା ପାର୍ଟିର ମାଲିକଙ୍କ ନାମକୁ ନେଇ ବିବାଦ। ଏବେ ଯାତ୍ରା କଳାକାର ଏବଂ ଭିଲିଆନ୍ କାହ୍ନା ସିଂହ ବାହିନୀର ମାଲିକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସିଂହ ବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ହତ୍ୟା କରିଥାନ୍ତେ। ଷଡ଼ଯନ୍ତ୍ର କରି ଯାତ୍ରା ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ସେ ତାଙ୍କ ଦଳକୁ ନମ୍ବର ୧ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ହତ୍ୟାର ଷଡଯନ୍ତ୍ର କରାଯାଉଥିବା କଥା କାହ୍ନା ଗଣମାଧ୍ୟମକୁ କହିଛନ୍ତି।

ସିଂହ ବାହିନୀର ମାଲିକ କଳାକାରଙ୍କୁ ଶୋଷଣ କରୁଛନ୍ତି। ଯଦି ଆପଣ କେବଳ ଚିଙ୍ଗୁଡ଼ି ପରି କଳାକାରଙ୍କୁ ଖାଇବାକୁ ଦିଅନ୍ତି, ତେବେ ସେମାନେ ରହିବେ ନାହିଁ। ସେମାନଙ୍କ ହୃଦୟ ଚିହ୍ନିବା ଦରକାର । ସିଂହ ବାହିନୀ ଯାତ୍ରାର ମାଲିକଙ୍କ ବିରୋଧରେ କାହ୍ନା ଏପରି ଅଭିଯୋଗ ଆଣିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com