ଓଡ଼ିଶାଜାତୀୟ

ସିସିଟିଭିରେ କଏଦ ଗଣଦୁଷ୍କର୍ମ ଘଟଣା

ଭୁବନେଶ୍ୱର, ୨୩: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସୋମବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ଅପରାଧ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ମିଳିଛି। ଗିରଫ ୧୦ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜବତ କରି SFSLକୁ ପଠାଯାଇଛି। ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ। ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

ଅନ୍ୟପକ୍ଷରେ, ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ NHRC ସହିତ ଏକ ମାମଲା ପଞ୍ଜିକୃତ ହୋଇଛି। NHRC ଗୋପାଳପୁର ବିଚ୍ ଗଣଦୁଷ୍କର୍ମ ମାମଲାରେ ନିଜସ୍ୱ ମାମଲା ପଞ୍ଜିକୃତ କରିଛି। ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com