ଓଡ଼ିଶାଶିକ୍ଷା

ସମସ୍ତ ପ୍ରାର୍ଥୀଙ୍କ ପାଇଁ ସରକାରୀ ପରୀକ୍ଷା ଆବେଦନ ଫି ଛାଡ଼ ।

  • ଭୁବନେଶ୍ୱର ୨୩/ଜୁନ୍ : ରାଜ୍ୟ ସରକାରଙ୍କ ବଡ ଘୋଷଣା, ଛତ୍ରାଛାତ୍ରୀଙ୍କୁ ସରକାରୀ ପରୀକ୍ଷା ଆବେଦନ ଫି ଛାଡ଼ । ଏକ ଗଠନମୂଳକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର OPSC, OSSC, OSSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଆବେଦନ ଫି ଛାଡ଼ କରିଛନ୍ତି। ରାଜ୍ୟ ସରକାରଙ୍କ ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ବୋର୍ଡଗୁଡ଼ିକ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା ଫି ଫେରି ପାଇବେ, ଓ ଆଗକୁ ମଧ୍ୟ ଆବେଦନ ଫି ଦେବାକୁ ପଡ଼ିବନି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଅନୁପସ୍ଥିତ ପ୍ରାର୍ଥୀମାନେ କୌଣସି ଟଙ୍କା ଫେରି ପାଇବେ ନାହିଁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଗମ୍ଭୀର ପ୍ରାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। OPSCର ସରକାରୀ ୱେବସାଇଟ୍ ଉଲ୍ଲେଖ କରିଛି ଯେ, “ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଯେକୌଣସି ସରକାରୀ ପରୀକ୍ଷା ଆବେଦନ ଫି ପ୍ରଦାନରୁ ମୁକ୍ତ କରାଯାଇଛି।” ଗମ୍ଭୀର ସମସ୍ୟା ଗ୍ରସ୍ତ ପ୍ରାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com