
ଭୁବନେଶ୍ୱର ୨୩/ଜୁନ୍: ବଙ୍ଗୋପସାଗରରେ ୨୫ ତାରିଖରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ଯାହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଏପଟେ ସୁବର୍ଣ୍ଣରେଖା ନଦୀ ବଢିବା ଯୋଗୁ ଦକ୍ଷିଣ ବାଲେଶ୍ୱରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣିଘେରରେ ବାଲେଶ୍ୱରର ୪ଟି ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତର ୬୭ଟି ଗ୍ରାମର ପ୍ରାୟ ୨୫,୦୦୦ ଲୋକ। ଜନଜୀବନ ଖେୟଖେତିର ସୂଚନା ମଧ୍ୟ ସାମ୍ନାକୁ ଆସିଥିଲା । ଏହି ବନ୍ୟା ସମସ୍ୟା ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜର ଆଠଟି ଗେଟରୁ ପାଣି ଛାଡିବା ପରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମସ୍ୟା ସୃଷ୍ଟି ହୋଇଥିଲା । ଏପଟେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହେବାରେ ଲାଗିଛି ଯାହା ଫଳରେ ବର୍ଷାର ପରିମାଣ ଆହୁରି ବଢିବ ବୋଲି ରାଜ୍ୟ ପାଣିପାଗ ବିଭଗ ସୂଚନା ଦେଇଛି । ଉତ୍ତର ଓଡିଶାକୁ ଅରେଞ୍ଜ ୱର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ଆଇଏମଡି ବିଭାଗ ।