ଓଡ଼ିଶା

ମାହାଙ୍ଗା ଗଣହତ୍ୟା ମାମଲା: ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିଲା ଶିବପ୍ରସାଦ, ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ

କଟକ() ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିବା ସାନଭାଇ ଶିବପ୍ରସାଦକୁ ପୁଲିସ ଆଜି ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ସାଲେପୁର ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ଏହାା ପରେ ମାହାଙ୍ଗା ପୁଲିସ ଅଭିିଯୁକ୍ତ ଶିବପ୍ରସାାଦକୁ ରିମାଣ୍ଡରେ ଆଣିଛିି। ଅଭିଯୁକ୍ତ ଶିବପ୍ରସାଦ ସାହୁର ମେଡିକାଲ ପରୀକ୍ଷା ପରେ ପୁଲିସ ଜେରା କରିବ। ରିମାଣ୍ଡ ସମୟରେ ପୁଲିସ ଶିବଠାରୁୁ ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ହାସଲ କରିିପାରେ। ଏଥି ସହିତ ପୁଲିସ ଆସନ୍ତାକାଲି ଶିବପ୍ରସାଦକୁ ନେଇ କ୍ରାଇମ୍‌ ସିନ୍‌ର ରିକ୍ରିିଏସନ କରିିବ।

ବଡ଼ଭାଇ ଅଲେଖ ସମେତ ତାଙ୍କର ସ୍ତ୍ରୀ ଓ ପୁଅ-ଝିଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିବା ନେଇ ଶିବ ପୂର୍ବରୁ ପୁଲିସ ଆଗରେ ସ୍ବୀକାର କରିସାରିଛି। ସାଲେପୁର ଏସ୍‌ଡିପିଓ ବିମଳ ବାରିକ ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ହତ୍ୟାକାଣ୍ଡ ପୂର୍ବରୁ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିଲା କି ନାହିଁ ଏ ନେଇ ମଧ୍ୟ ଯାଞ୍ଚ୍ କରାଯିବ। ଘଟଣାର ସବୁ ଦିଗକୁ ନଜରରେ ରଖି ତଦନ୍ତ କରାଯାଉଛି। ଶବ ବ୍ୟବଛେଦ କରିଥିବା ଡାକ୍ତରଙ୍କ ସହ ଆମେ ଯୋଗାଯୋଗରେ ଅଛୁ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଛି। ବଡ଼ଭାଇ ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)ଙ୍କ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ।

Related Articles

Back to top button
WP Twitter Auto Publish Powered By : XYZScripts.com