
ଭୁବନେଶ୍ୱର ୨୪/ଜୁନ୍ : ସମ୍ବିଧାନ ଦିବସ ପାଳନ କରିବେ ରାଜ୍ୟ ସରକାର। ଭୁବନେଶ୍ୱର ରେଳ ଅଡିଟୋରିୟମରେ ଏକ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହି ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇଥିବା ଗଣତାନ୍ତ୍ରିକ ନାୟକମାନଙ୍କୁ ସମ୍ମାନିତ କରିବେ। ସରକାର ସେହି ସମୟରେ ଗିରଫ ହୋଇଥିବା୫୬ ଜଣଙ୍କୁ ପେନସନ ଦେଉଛନ୍ତି। ଆହୁରି ୫୨ ଜଣଙ୍କ ନାମ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହା ସହିତ, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚଶିକ୍ଷା ବିଭାଗର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୫ ଜୁନ ୧୯୭୫ ରେ ସମ୍ବିଧାନକୁ ହତ୍ୟା କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ଏହାର 50 ତମ ବାର୍ଷିକୀ ପାଳନ କରାଯିବ। ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରାଯାଇପାରିବ ତାହା କରାଯିବ। ଅତୀତରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବାର ସୁଯୋଗ ଆସିଛି, ହେଲେ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ସମ୍ବିଧାନକୁ ସମ୍ମାନ କରୁନାହାଁନ୍ତି।